The Topmost

“The eyes believe themselves, the ears believe other people.”

ଆଜି ମମତା-କେଜ୍ରିଓ୍ବାଲ ଭେଟଘାଟ

ଦାନା ବାନ୍ଧିବାରେ ଲାଗିଛି ବିରୋଧୀ ଏକତା । ଆଜି ମମତା ବାନାର୍ଜୀଙ୍କୁ ଭେଟିବେ ଅରବିନ୍ଦ କେଜ୍ରିଓ୍ବାଲ । ସେହିପରି ଆସନ୍ତା ୨୪ରେ  ଶିବସେନା ନେତା ଉଦ୍ଧବ ଠାକରେ ଓ ୨୫ରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ କେଜ୍ରିଓ୍ବାଲ ଭେଟିବା କାର୍ଯ୍ୟକ୍ରମ ରହିଛି । ଦିଲ୍ଲୀ ବନାମ କେନ୍ଦ୍ର ସରକାର ମାମଲାରେ ବିରୋଧୀଙ୍କ ରଣନୀତି ଶକ୍ତିଶାଳୀ ହେଉଥିବାବେଳେ ସମ୍ବିଧାନର ସୁରକ୍ଷା ପାଇଁ ଦିଆଯାଇଛି ବଡ଼ ଆହ୍ବାନ । ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ରାଜ୍ୟସଭାରେ ସେମିଫାଇନାଲ ସେଲିବ୍ରେସନ୍ ଲାଗି ପ୍ରସ୍ତୁତ ହେଉଛନ୍ତି ବିରୋଧୀ । ଦିଲ୍ଲୀରେ ନିଯୁକ୍ତି ଓ ବଦଳିକୁ ନେଇ କେନ୍ଦ୍ର ସରକାର ଆଣିଥିବା ନୂଆ ଅଧ୍ୟାଦେଶକୁ ଚେକ୍ ଦେବା ଲାଗି ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ଗତ ୨୧ରେ କେଜ୍ରିଓ୍ବାଲଙ୍କୁ ଭେଟିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ।