The Topmost

“The eyes believe themselves, the ears believe other people.”

ଆଜି ଭର୍ଚୁଆଲ୍‌ ମୋଡ୍‌ରେ ହେବ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ୩୦ତମ ଶୁଣାଣି

ଆଜି ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ୩୦ତମ ଶୁଣାଣି କରିବେ । ଏହି ଶୁଣାଣି ଭର୍ଚୁଆଲ୍‌ ମୋଡ୍‌ରେ ହେବ । ପ୍ରଥମେ ଛତିଶଗଡ଼ ଓ ପରେ ପରେ ଓଡ଼ିଶା ପକ୍ଷରୁ କରୋନା ମାମଲା ବୃଦ୍ଧି ପାଉଥିବା ନେଇ ଟ୍ରିବ୍ୟୁନାଲଙ୍କୁ ପତ୍ର ଜରିଆରେ ଅବଗତ କରାଇଥିଲେ । ଏହାକୁ ଦୃଷ୍ଟିରେ ରଖି ‘ଫିଜିକାଲ୍‌’ ଶୁଣାଣି ସ୍ଥାନରେ ‘ଭର୍ଚୁଆଲ୍‌’ ଶୁଣାଣି ପାଇଁ ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଥିଲେ । ଗତ ମାସ ୧୮ ତାରିଖରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ନିକଟରୁ ମହାନଦୀ ଅବବାହିକାରେ ବନ୍ୟା ସଂପର୍କିତ ନଥିପତ୍ର ପକ୍ଷଭୁକ୍ତ ରାଜ୍ୟମାନଙ୍କୁ ଯୋଗାଇ ଦେବାକୁ ନେଇ ଟ୍ରିବ୍ୟୁନାଲଙ୍କ ଦ୍ବାରା କେନ୍ଦ୍ର ସ୍ବରାଷ୍ଟ୍ର ବ୍ୟାପାର ମନ୍ତ୍ରାଳୟକୁ ନୋଟିସ ଜାରି କରାଯାଇଥିଲା । ଏହାର ଉତ୍ତରରେ ମନ୍ତ୍ରାଳୟ କହିଛନ୍ତି, ବନ୍ୟା ସଂପର୍କିତ ନଥିପତ୍ର ଯୋଗାଇ ଦେବାର ନୋଡାଲ୍‌ ଏଜେନ୍‌ସି ହେଉଛି କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ । ଟ୍ରିବ୍ୟୁନାଲଙ୍କ ଦ୍ବାରା ଲୋଡ଼ାଯାଉଥିବା ତଥ୍ୟ ଉପରେ ଏନ୍‌ଡିଏମ୍‌ଏର କୌଣସି ଭୂମିକା ନାହିଁ ।