ଆଜି ପ୍ରଥମା ଅଷ୍ଟମୀ । ଘରେ ଘରେ ପିଠା ଓ ମିଠାର ଆସର । ଘରର ବଡ ପିଲାଙ୍କ ପାଇଁ ଓଡିଆ ପରମ୍ପାରା ଅନୁସାରେ ହୁଏ ସ୍ବତନ୍ତ୍ର ଷଷ୍ଠୀ ପୂଜା । ମାର୍ଗଶୀର ମାସର କୃଷ୍ଣପକ୍ଷ ଅଷ୍ଟମୀ ଓଡ଼ିଶାର ଏକ ପ୍ରମୁଖ ପର୍ବ । ଏଣ୍ଡୁରି ଓ ଆରିସା ପିଠା କରି ଷଷ୍ଠୀ ଦେବୀଙ୍କ ନିକଟରେ ସମର୍ପଣ କରି ପୋଢୁଆଙ୍କ ଶୁଭ ମନାସାଯାଉଛି । ସେପେଟ ଶ୍ରୀମନ୍ଦିରରେ ବି ପୋଢୁଆଁ ହେବେ ମହାପ୍ରଭୁ । ଏଥିପାଇଁ ମହାପ୍ରଭୁଙ୍କ ମାମୁଁଘର କଟକ ନିଆଳି ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁ ଭାର । ଶ୍ରୀମନ୍ଦିରରେ ଭୋଗମଣ୍ଡପ ସରିବା ପରେ ୩ ବାଡରେ ମଇଲମ କରାଯାଇ ପୂଜାପଣ୍ଡା ସେବକଙ୍କ ଦ୍ବାରା ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଏହାପରେ ପାଳିଆ ପୁଷ୍ପାଳକଙ୍କ ଦ୍ବାରା ଶ୍ରୀବିଗ୍ରହମାନଙ୍କୁ ନୂଆବସ୍ତ୍ର ଲାଗି କରାଯିବାର ପରମ୍ପରା ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା