The Topmost

“The eyes believe themselves, the ears believe other people.”

ଆଜି ପ୍ରକାଶ ପାଇବ ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ଫଳ

ଆଜି ଓଜେଇଇ ବା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଫଳ ପ୍ରକାଶ ପାଇବ । ପୂର୍ବାହ୍ନ ସାଢେ ୧୧ଟାରେ ଦକ୍ଷତା ବିକାଶ ମନ୍ତ୍ରୀ ପରୀକ୍ଷା ଫଳ ପୁସ୍ତିକା ଇନ୍ମୋଚନ କରିବେ । ଏହାପରେ ପରୀକ୍ଷାର୍ଥୀ ଓଜେଇଇର ୱେବସାଇଟ୍ www.ojee.nic.in ରେ ରେଜଲ୍ଟ ପାଇପାରିବେ । ପରୀକ୍ଷାର୍ଥୀ ନିଜ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦାଖଲ କରି ପରୀକ୍ଷା ଫଳ ଜାଣିପାରିବେ । ଚଳିତ ବର୍ଷ ଏମସିଏ, ଏମ୍ ଟେକ, ଏମ୍ ଆର୍କିଟେକ, ଏମ ଫାର୍ମା, ଏମ ପ୍ଲାନ, ବିକାଟ୍, ଏମବିଏ, ଲାଟେରାଲ ଏଣ୍ଟ୍ରି ଫାର୍ମା, ଇଂଟିଗ୍ରେଟେଡ ଏମବିଏ ଆଦି ବିଷୟରେ ୫୮ ହଜାର ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୮୨. ୫ ପ୍ରତିଶତ ପିଲା ପରୀକ୍ଷା ଦେଇଛନ୍ତି ।