The Topmost

“The eyes believe themselves, the ears believe other people.”

ଆଜି ପୁରୀ ଆସୁଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ

ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ମୁହାଁ ବିଜେପିର କେନ୍ଦ୍ରୀୟ ନେତା । ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡକରୀ । ଗସ୍ତ ଅବସରରେ ସେ ପୁରୀ ଯାଇ ସିଦ୍ଧ ମହାବୀର ରେଳ ଓଜରବ୍ରିଜର ଶିଳାନ୍ୟାସ କରିବେ । ଏହାସହ ଚିଲିକାରେ ଯୋଗାଯୋଗ ବ୍ୟବସ୍ଥାର ମଧ୍ୟ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି । ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ପୁରୀ ତାଳବଣିଆ ଠାରେ ହେଲିପ୍ୟାଡରେ ଅବତରଣ କରିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡକରୀ । ସେଠାରେ ଶରଧାବାଲିସ୍ଥିତ ସଭାରେ ଯୋଗଦେବେ ଏବଂ ସିଦ୍ଧମହାବୀର ରେଳ ଓଭରବ୍ରିଜର ଲୋକାର୍ପଣ କରିବେ । ଏହାପରେ ଅପରାହ୍ନ ପ୍ରାୟ ୨ଟା ବେଳେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ବିଜେପି ନେତା ସମ୍ବିତ ପାତ୍ରଙ୍କ ଘରେ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ । ଅପରାହ୍ନ ସାଢ଼େ ୩ଟା ବେଳେ ଭୁବନେଶ୍ୱର ଫେରିଆସିବେ ଗଡକରୀ ।

SHARE BY