The Topmost

“The eyes believe themselves, the ears believe other people.”

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ

ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । ନୂଆ ସରକାର ବାଛିବା ପାଇଁ ପ୍ରାୟ ୧୩ କୋଟି ଭୋଟର ଗୁରୁବାର ମତଦାନ କରିବେ । ନିର୍ବାଚନରେ ପାକିସ୍ତାନ ମୁସଲିମ ଲିଗର ନୱାଜ ସରିଫ, ପାକିସ୍ତାନ ପିପୁଲ୍ସ ପାର୍ଟିର ବିଲାୱଲ ଭୁଟୋ ଜର୍ଦାରି ଏବଂ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଇ ଇନସାଫର ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହେବ । ହେଲେ ପାକିସ୍ତାନର ରାଜନୈତିକ ଦୃଶ୍ୟପଟକୁ ଦେଖିଲେ ସରିଫ ସବୁଠୁ ଆଗରେ ଅଛନ୍ତି । କାରଣ ପାକିସ୍ତାନ ସେନା ଆଶୀର୍ବାଦ ତାଙ୍କ ଉପରେ ଅଛି । ତେବେ ସେ ବିଜୟୀ ହୋଇ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ । କିନ୍ତୁ ପାକିସ୍ତାନ ଇତିହାସ କହୁଛି ଅଧିକାଂଶ ସରକାର ୫ବର୍ଷର ଯାତ୍ରା ପୂରା କରିପାରନ୍ତି ନାହିଁ । କେବେ ସରକାର ଭାଙ୍ଗିଯାଏ ତ ପୁଣି କେବେ ସେନାର ଦବଦବା ଦେଖିବାକୁ ମିଳେ ।