The Topmost

“The eyes believe themselves, the ears believe other people.”

ଆଜି ନାମାଙ୍କନ ଭରିବେ ଦ୍ରୌପଦୀ ମୁର୍ମୁ

ନାମାଙ୍କନ ଭରିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ପୂର୍ବାହ୍ନ ୧୨ଟା ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବା ନେଇ ସୂଚନା ରହିଛି । ନାମାଙ୍କନ ସମୟରେ ଓଡ଼ିଶାର ଦୁଇ ଜଣ ମନ୍ତ୍ରୀ ଟୁକୁନୀ ସାହୁ ଓ ଜଗନ୍ନାଥ ସାରକା ପ୍ରସ୍ତାବକ ରହିବେ । ସେହିପରି ରାଜ୍ୟ ବିଜେପିର ୧୦ ଜଣ ବିଧାୟକ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁଙ୍କ ପାଇଁ ପ୍ରସ୍ତାବକ ରହିବେ । ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ ଦ୍ରୌପଦୀ ।