ଆଜି ଦିଲ୍ଲୀରେ ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । ଏହି ବୈଠକରେ ଦଳର ପରବର୍ତ୍ତୀ ସଭାପତି ନିର୍ବାଚନ ନେଇ ତାରିଖ ଚୂଡ଼ାନ୍ତ ହେବ । ବରିଷ୍ଠ ନେତା ଗୁଲାମନବୀ ଆଜାଦ ଦଳରୁ ଇସ୍ତଫା ଦେବା ପରେ ରାଜନୀତି ସରଗରମ ରହିଛି । ଏହାରି ଭିତରେ ଦଳ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଥିବା ବେଳେ ଭର୍ଚୁଆଲରେ ଏହି ବୈଠକରେ ସାମିଲ ହେବେ । ଏହାରି ଭିତରେ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ରାହୁଲଙ୍କୁ ପୁଣି ଥରେ କଂଗ୍ରେସ ସଭାପତି ହେବା ପାଇଁ ବାଧ୍ୟ କରାଯିବ । ଦଳର ନେତୃତ୍ୱ ନେବା ପାଇଁ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ନେତା ନାହାନ୍ତି ବୋଲି ଖଡଗେ କହିଛନ୍ତି । ସେପଟେ କଂଗ୍ରେସରୁ ଇସ୍ତଫା ପରେ ଗୁଲାମନବୀ ଆଜାଦଙ୍କ ଘରେ ଜି-୨୩ ନେତାଙ୍କ ବୈଠକ କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍