ଉତ୍କଟ ବିଦ୍ୟୁତ୍ କାଟ୍ ସମସ୍ୟାକୁ ଗମ୍ଭୀରତାର ସହ ନେଇଛନ୍ତି ରାଜ୍ୟ ସରକାର । ଆଜି ଟାଟା ପାଓ୍ବାର ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ । ବ୍ୟାକଅପ୍ ପ୍ଲାନ୍ ସହ ବିପର୍ଯ୍ୟୟ ପରେ ବିଦ୍ୟୁତ୍ ସରବରାହ ଶୀଘ୍ର କାର୍ଯ୍ୟକ୍ଷମ ହେବାର ମେକାନିଜିମ୍ ନେଇ ବିତରଣ କମ୍ପାନୀଙ୍କୁ ମଡେଲ ମଗାଯିବ । କାଳବୈଶାଖୀ ପରେ ପାରଦ ନିୟମିତ ୪୦ ଡିଗ୍ରୀ ଉପରେ ରହୁଛି । ଦିନରେ ଟାଣ ଖରା ସାଙ୍ଗକୁ ରାତିରେ ଗରମ ଗୁଳୁଗୁଳି ଅସହ୍ୟ କରୁଛି । ଏଥିପାଇଁ ଫ୍ୟାନ୍ ଓ ଏସି ଭରସା । କିନ୍ତୁ କେଉଁଠି ଲୋ’ ଭୋଲଟେଜ୍ ତ କେଉଁଠି ଟ୍ରାନସଫର୍ମର ଲୋଡ୍ ନେଇ ପାରୁନି । ବିଦ୍ୟୁତ୍ କାଟ୍ ଯୋଗୁଁ ଲୋକ ତତଲା କଡ଼େଇରେ ସିଝୁଛନ୍ତି । କାଳବୈଶାଖୀ ପରେ ମନ୍ଥର ଗତିରେ ମରାମତି ନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅସନ୍ତୋଷ ପ୍ରକାଶ କରିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା