The Topmost

“The eyes believe themselves, the ears believe other people.”

ଆଜି କ୍ରିଷ୍ଟିଆନ ମିସେଲଙ୍କ ଜାମିନ ଆବେଦନର ଶୁଣାଣି

ବହୁଚର୍ଚ୍ଚିତ ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ଚପର ଦୁର୍ନୀତି ମାମଲା । ଅଭିଯୁକ୍ତ କ୍ରିଷ୍ଟିଆନ ମିସେଲଙ୍କ ଜାମିନ ଆବେଦନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ଗୁରୁବାର ମାମଲାର ଶୁଣାଣି କରି ପ୍ରଧାନବିଚାରପତି ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ମାମଲାର ଶୁଣାଣି ମଙ୍ଗଳବାର କରିବା ଲାଗି ନିଷ୍ପତ୍ତି ନେଇଥିଲେ । ଦୁର୍ନୀତିରେ ମିସେଲ ସାମିଲ ଥିବା ନେଇ ତାଙ୍କ ବିରୋଧରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୦୧୩ରେ ମାମଲା ରୁଜୁ କରିଥିଲେ । ମିସେଲଙ୍କ ଓକିଲ ଦର୍ଶାଇଛନ୍ତି- ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ମିସେଲ ୪ବର୍ଷ ଜେଲ ଜୀବନ କଟାଇସାରିଲେଣି । ତେଣୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ । ୩୬୦୦ କୋଟି ଟଙ୍କାର ୧୨ଟି ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ଭିଭିଆଇପି ହେଲିକପ୍ଟର କ୍ରୟ କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଅନ୍ୟକିଛି ଅଭିଯୁକ୍ତଙ୍କୁ ଜାମିନ ମିଳିସାରିଥିଲେ ବି ମିସେଲଙ୍କୁ ଜାମିନ ମିଳିନାହିଁ । ଖଣ୍ଡପୀଠ ନିକଟରେ ଇଡି ଦର୍ଶାଇଛି- ଦୁର୍ନୀତି ମାମଲାରେ ମିସେଲ ସମ୍ପୃକ୍ତ ଥିବା ସ୍ପଷ୍ଟ ହୋଇଛି ଏବଂ ତାଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ଚାଲିବା ଯଥାର୍ଥ ।