The Topmost

“The eyes believe themselves, the ears believe other people.”

ଆଜି ଆଦାନୀ-ହିଣ୍ଡେନବର୍ଗ ମାମଲାର ସୁପ୍ରିମ ରାୟ

ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାର ଶୁଣାଣି ଆଜି ଆସିବ ସୁପ୍ରିମ ରାୟ । ଗତ ନଭେମ୍ବର ୨୪ ତାରିଖରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ । ଏବେ ସେହି ରାୟ ପ୍ରକାଶ କରିବା ପାଇଁ ଆଜି ଦିନ ୧୦ଟା ୩୦ ସମୟ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅର୍ଥାତ୍ ଆଜିର ଦିନ ଆଦାନି ଗ୍ରୁପ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ୨୦୨୩ ଜାନୁଆରିରେ ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରି ଶିଳ୍ପପତି ଗୌତମ ଆଦାନିଙ୍କ ସବୁ କଂପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତେବେ ଆଦାନି ଗ୍ରୁପ ହିଣ୍ଡେନବର୍ଗ ରିପୋର୍ଟ ମିଛ ବୋଲି କହିବା ସତ୍ୱେ ଆଦାନି ଗ୍ରୁପର ସେୟାର ତଳକୁ ଖସିଥିଲା । ଏବଂ ଆଦାନି ଗ୍ରୁପକୁ ବହୁ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ସେବି ତଦନ୍ତ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଏଥିସହ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ ସେବିର ତଦନ୍ତ ଓ ଏକ୍ସପର୍ଟ କମିଟିର ସଦସ୍ୟଙ୍କ ବିଶ୍ୱସନୀୟତା ଓ ନିରପେକ୍ଷତାକୁ ନେଇ ଆବେଦନକାରୀ ଉଠାଇଥିବା ପ୍ରଶ୍ନକୁ ଖାରଜ କରିଥିଲେ ।

SHARE BY