The Topmost

“The eyes believe themselves, the ears believe other people.”

ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା

ଆଜି ଅବସର ନେବେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା । ଦେଶରେ ପ୍ରଗତିଶୀଳ ଆଇନ ବ୍ୟବସ୍ଥା କ୍ଷେତ୍ରରେ ବହୁ ଗୁରୁତ୍ୱପୂର୍ଣ୍ଣ ମତାମତ ଦେବା ସହ ସଂସ୍କାରମୂଳକ ପଦକ୍ଷେପ ନେଇ ଚର୍ଚ୍ଚାରେ ଅଛନ୍ତି ରମଣା । ଆସନ୍ତା କାଲି ଦେଶର ୪୯ତମ ସିଜେଆଇ ଭାବେ ଦାୟିତ୍ୱ ନେବେ ଜଷ୍ଟିସ ଉଦୟ ଉମେଶ ଲଳିତ । ସମ୍ବିଧାନର ଧାରା ୧୨୪ର ଉପଧାରା ୨ ଅନୁସାରେ ଜଷ୍ଟିସ ଲଳିତଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦେଇଥିଲେ । ପୂର୍ବରୁ ଜଷ୍ଟିସ ଲଳିତଙ୍କ ନାମକୁ ସୁପାରିସ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା । ଗତକାଲି ଗୁଜରାଟ ଗଣଦୁଷ୍କର୍ମ ପୀଡ଼ିତା ବିଲକିସ ବାନୋଙ୍କ ଦୋଷୀଙ୍କୁ ମୁକ୍ତି ଓ ପେଗାସସ୍ ମାମଲାର ଶୁଣାଣି କରିଥିଲେ ରମଣା । ବିଲକିସଙ୍କ ଦୋଷୀଙ୍କ ମୁକ୍ତିକୁ ବିରୋଧ କରି ଦାଏର ପିଟିସନର ଶୁଣାଣି କରି କୋର୍ଟ ଉଭୟ କେନ୍ଦ୍ର ଓ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଥିଲେ ।