ରାଜ୍ୟରେ ମଙ୍କିପକ୍ସ ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ । ଏହି ବୈଠକ ଆଜି ଅପରାହ୍ନ ୪.୩୦ରେ ଅନୁଷ୍ଠିତ ହେବାର ସୂଚନା ରହିଛି । ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । କେନ୍ଦ୍ର ସରକାର ମଙ୍କିପକ୍ସ ରୋଗୀଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି । ଦେଶରେ ଏଯାଏଁ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । ବିଶ୍ବବ୍ୟାପୀ ୧୬ ହଜାର ମଙ୍କିପକ୍ସ ମାମଲା ଚିହ୍ନଟ ହେବାପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ବୈଶ୍ବିକ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛନ୍ତି । ତେବେ ଭାରତରେ ୪ଟି ମଙ୍କିପକ୍ସ ମାମଲା ଚିହ୍ନଟ ହେବାରୁ ସରକାର ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । ମଙ୍କିପକ୍ସ ରୋଗୀ ଏବଂ ସେମାନଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଛନ୍ତି ସେମାନଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା