The Topmost

“The eyes believe themselves, the ears believe other people.”

ଆଜିର ଦିନରେ ଦେଶ ହରାଇଥିଲା ୪୦ ଯବାନ

୧୪ ଫେବ୍ରୁଆରୀ ୨୦୧୯, ଅପରାହ୍ନ ପ୍ରାୟ ୩ଟା । ଜୈସ-ଏ-ମହମ୍ମଦର ଆତଙ୍କବାଦୀ ଶ୍ରୀନଗର ଜାମ୍ମୁ ଜାତୀୟ ରାଜପଥରେ ସିଆରପିଏଫ୍ ଯବାନଙ୍କ ବିସ୍ଫୋରକ ଗାଡ଼ିକୁ ଧକ୍କା ଦେଇଥିଲା । ଏହି ଆତ୍ମଘାତୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ସିଆରପିଏଫର ପ୍ରାୟ ୨୫ଶହ ଯବାନ ଜମ୍ମୁରୁ ଶ୍ରୀନଗର ଯାଉଥିବା ବେଳେ ଘଟିଥିଲା ଛାତିଥରା ଘଟଣା । ଦେଶ ୧୨ ଦିନରେ ପାକିସ୍ତାନ ଠାରୁ ଏହାର ପ୍ରତିଶୋଧ ନେଇଥିଲା । ୨୬ ଫେବୃଆରୀ ରାତିରେ ଭାରତୀୟ ବାୟୁସେନାର ୧୨ ମିରାଜ୍-୨୦୦୦ ଫାଇଟର ଜେଟ୍ ଏଲଓସି ପାର୍‌ କରି ବାଲାକୋଟ ଏୟାରଷ୍ଟ୍ରାଇକ କରି ଜୌସ-ଏ -ମହମ୍ମଦର ଆତଙ୍କବାଦୀ ଅଡ୍ଡାକୁ ଧୂଳିସାତ୍ କରିଦେଇଥିଲେ । ପ୍ରାୟ ୩ଶହ ଆତଙ୍କବାଦୀଙ୍କୁ ନିପାତ କରିଥିଲା ଭାରତର ସର୍ଜିକାଲ ଷ୍ଟ୍ରାଇକ । ତେବେ ଆଜି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ପୂରିଛି ୪ ବର୍ଷ । ୧୪ ଫେବ୍ରୁଆରୀ ୨୦୧୯ରେ ସିଆରପିଏଫ୍ ଉପରେ ଆକ୍ରମଣ କରି ଆତଙ୍କବାଦୀ ଦେଇଥିଲେ ବଡ଼ ଝଟ୍‌କା । ୧୨ ଦିନରେ ଦେଶ ୪୦ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିଲା ସତ, ହେଲେ ଆଜିବି ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥର ଆକ୍ରମଣ କଥା ମନେ ପଡ଼ିଲେ ଭାରତୀୟଙ୍କ ଦେହ ଥରିଉଠେ ।