The Topmost

“The eyes believe themselves, the ears believe other people.”

ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି

ଆଜିଠୁ ପୁରୀ ଜଗମୋହନ ନାଟ ମଣ୍ଡପ ମରାମତି ଆରମ୍ଭ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୫ ତାରିଖ ଠାରୁ ମରାମତି ଆରମ୍ଭ କରିବାକୁ ଚାହୁଁଥିଲେ ଏଏସଆଇ । ହେଲେ ଏହାକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଆସନ୍ତା ଡିସେମ୍ବରରେ ମାମଲାର ପରର୍ବତୀ ଶୁଣାଣୀ ହେବ । ପ୍ରତି ୧୫ ଦିନ ବ୍ୟବଧାନରେ ମରାମତି ଅଗ୍ରଗତି ରିପୋର୍ଟ ହାଇକୋର୍ଟକୁ ଜଣାଇବେ ଆମିକସ କ୍ୟୁରୀ ।