ଆଜିଠାରୁ ଶ୍ରୀମନ୍ଦିରରେ ୨୧ ଦିନ ଧରି ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଆରମ୍ଭ । ଗତକାଲି ନରେନ୍ଦ୍ର ସରୋବରରେ ବାହାର ଚନନ୍ଦ ନୀତି ଶେଷ ହେବା ପରେ ଶ୍ରୀମନ୍ଦିର ଭିତରେ ଆଜିଠାରୁ ମହାପ୍ରଭୁଙ୍କର ଭିତର ଚନ୍ଦନ ନୀତି ଆରମ୍ଭ ହେଉଛି । ପ୍ରତିଦିନ ଆଲଟ ଲାଗି ଓ ଚନ୍ଦନ ଲାଗି ନୀତି କରାଯିବା ସହ ପଣା ଭୋଗ ଅନୁଷ୍ଠିତ ହେବ । ଚନ୍ଦନ ଯାତ୍ରାରେ ୪ଟି ସ୍ବତନ୍ତ୍ର ଦିବସରେ ଶ୍ରୀମନ୍ଦିର ଭିତର ବେଢାରେ ଥିବା ଜଳକ୍ରୀଡା ମଣ୍ଡପରେ ମହାପ୍ରଭୁଙ୍କର ଜଳକ୍ରୀଡା ନୀତି କରାଯିବ । ୧୫ ତାରିଖ ଏକାଦଶୀ, ୧୯ ତାରିଖ ସାବିତ୍ରୀ ଅମାବାସ୍ୟା, ୨୪ ତାରିଖ ଶୀତଳଷ୍ଠୀ ଓ ୩୧ ରୁକ୍ମିଣୀ ବିବାହ ଦିନ ମହାପ୍ରଭୁଙ୍କ ଜଳକ୍ରୀଡା ନୀତି ଅନୁଷ୍ଠିତ ହେବ । ସେପଟେ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ୪ ତାରିଖ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ପଡୁଥିବାବେଳେ ୪ ନାହାକା ଉଠିବାର ବିଧି ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା