ଆଜିଠୁ ଯୁକ୍ତଦୁଇ ପରୀକ୍ଷା । ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ପରୀକ୍ଷା ଥିବାବେଳେ କାଲି କଳା ଓ ବାଣିଜ୍ୟ ଓ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ଯାଏ ଦିନକୁ ଗୋଟିଏ ଲେଖାଏଁ ସିଟିଂରେ ପରୀକ୍ଷା ହେବ । ଅଧଘଣ୍ଟା ଆଗରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ୧୫ମିନିଟ ଆଗରୁ ମିଳିବ ଉତ୍ତରଖାତା ଓ ୯ଟା ୫୫ରେ ମିଳିବ ପ୍ରଶ୍ନପତ୍ର । ସିସିଟିଭି ନିୟନ୍ତ୍ରଣରେ ରହିବ ପରୀକ୍ଷାକେନ୍ଦ୍ର । ଦୁଇଦିନ ଆଗରୁ ସବୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଞ୍ଚି ସାରିଛି । ଏହାକୁ 24 ଘଣ୍ଟିଆ ସିସିଟିଭି କ୍ୟାମେରା ଏବଂ ପୋଲିସ ସୁରକ୍ଷାରେ ରଖାଯାଇଛି । ଚଳିତବର୍ଷ ମୋଟ 3 ଲକ୍ଷ 57 ହଜାର 942 ଛାତ୍ରଛାତ୍ରୀ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରେ ପରୀକ୍ଷା ଦେବେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା