ଆଜିଠୁ ଆରମ୍ଭ ହେଉଛି ‘ମୋ ଘର’ ଆବେଦନ ପ୍ରକ୍ରିୟା । rhodisha. gov. in/ moghara ଓ୍ବେବସାଇଟ ମାଧ୍ୟମରେ ଋଣ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତି ଆବେଦନ କରିପାରିବେ । ଓ୍ବେବସାଇଟରେ ଆବେଦନ କରିନପାରିଲେ ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିବାର ସୁବିଧା ରହିଛି । ଆବେଦନ କରିବା ସମୟରେ ଆବେଦନକାରୀଙ୍କ ନିଜ ନାମରେ ଘରବାଡ଼ି ରେକର୍ଡ ଜମିପଟ୍ଟା, ଆଧାର କାର୍ଡ, ଯେ କୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ । ଯୋଗ୍ୟ ହିତାଧିକାରୀଙ୍କୁ ରାଜ୍ୟ ସରକାର ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ । ସବୁଠାରୁ ବଡ଼ କଥା ହେଉଛି ଆବାସ ଘର ଖଣ୍ଡିଏ ପାଇବା ପାଇଁ ଯେଉଁ ମାନଦଣ୍ଡ ଥିଲା, ମୋ ଘର ଯୋଜନାରେ ତାକୁ ବହୁତମାତ୍ରାରେ କୋହଳ କରାଯାଇଛି । ମୋ ଘର ଯୋଜନାରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ ହିତାଧିକାରୀ । ପ୍ରଥମ ବର୍ଷ ରିହାତି ଅବଧି ବାଦ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ହିତାଧିକାରୀ ଋଣ ପରିଶୋଧ କରିବେ । ବଡ଼ କଥା ହେଲା ୩୦ହଜାରୁ ୭୦ହଜାର ଟଙ୍କା ଯାଏ ସବସିଡି ପାଇପାରିବେ ହିତାଧିକାରୀ । ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଯୋଜନାରେ ଲାଭ ପାଇବେ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ