The Topmost

“The eyes believe themselves, the ears believe other people.”

ଆଜିଠୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ସରକାର

ଆଜିଠୁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ସରକାର । ମୋହନ ଯାଦବ ମଧ୍ୟପ୍ରଦେଶ ଓ ବିଷ୍ଣୁଦେବ ସାଏ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଛତିଶଗଡ଼ର ରାଇପୁରରେ ଅପରାହ୍ମ ଦୁଇଟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ୧୩ ଜଣ ମନ୍ତ୍ରୀ ଶପଥ ନେବା ସୂଚନା ମିଳିଛି । ବିଷ୍ଣୁଦେବ ସାଏ ଛତିଶଗଡ଼ର ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ। ୧୯୯୦ରୁ ୧୯୯୮ ଯାଏ ଥିଲେ ମଧ୍ୟପ୍ରଦେଶରୁ ବିଧାୟକ । ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ରାଇଗଡ ଆସନରୁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ୨୦୧୪ରୁ ୨୦୧୯ ମଧ୍ୟରେ ସେ ହୋଇଥିଲେ କେନ୍ଦ୍ର ଖଣି, ଇସ୍ପାତ, ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ । ୨୦୦୬ ଓ ୨୦୨୦ରେ ସେ ଥିଲେ ଛତିଶଗଡ ବିଜେପି ମୁଖ୍ୟ । ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ କୁନକୁରି ଆସନରୁ ବିଜୟୀ ହୋଇଛନ୍ତି । ସେହିପରି ଭୋପାଳର ମୋତିଲାଲ ନେହେରୁ ଷ୍ଟାଡିୟମରେ ଶପଥ ନେବେ ମୋହନ ଯାଦବ । ମୋହନଙ୍କ ସହିତ ୧୨ ଜଣ ମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ମୋହନ ଯାଦବ ଲଗାତର ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ଶିବରାଜ ସିଂ ଚୌହ୍ବାନଙ୍କ ସରକାରରେ ଥିଲେ ସେ ଉଚ୍ଚ ଶିକ୍ଷାମନ୍ତ୍ରୀ । ଜଗଦୀଶ ଦେଓଡା ଏବଂ ରାଜେଶ ଶୁକ୍ଲା ଉପମୁଖମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ଉତ୍ସବରେ ବିଜେପିର ବରିଷ୍ଠ ନେତାମାନେ ସାମିଲ ହେବେ ।