ଆଜିଠାରୁ ଭୁବନେଶ୍ବରରୁ ବିମାନ ସେବା ଆରମ୍ଭ କଲା ଆକାଶ ଏୟାର । ଆକାଶ ଏୟାରଲାଇନ୍ସ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ବରରୁ ପୁଣେ ଓ ବେଙ୍ଗାଲୁରକୁ ବିମାନ ସେବା ଆରମ୍ଭ କରିଛି । ଆକାଶ ଏୟାର ଭୁବନେଶ୍ୱରରୁ ଅପରାହ୍ନ ୨ଟା ୫ରେ ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ ଆରମ୍ଭ କରି ସେଠାରେ ୪ଟା ୧୫ରେ ଅବତରଣ କରିବ । ବେଙ୍ଗାଲୁରରୁ ସଂଧ୍ୟା ୫ଟା ୪୦ରେ ଉଡ଼ାଣ ଆରମ୍ଭ କରି ରାତି ୭ଟା ୫୦ରେ ଭୁବନେଶ୍ୱରରେ ଅବତରଣ କରିବ । ସେହିପରି ଭୁବନେଶ୍ୱର-ପୁଣେ ବିମାନ ସକାଳ ୮ଟା ୪୦ରେ ଭୁବନେଶ୍ବର ଛାଡ଼ିବାକୁ ଥିବାବେଳେ ପୂର୍ବାହ୍ନ ୧୦ଟା ୫୦ରେ ପୁଣେରେ ପହଞ୍ଚିବ । ପୁଣେରୁ ୧୧ଟା ୨୫ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୧ଟା ୩୦ରେ ଭୁବନେଶ୍ବରରେ ଅବତରଣ କରିବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା