The Topmost

“The eyes believe themselves, the ears believe other people.”

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ

ଆଜିଠାରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ । ନିର୍ବାଚନ ଆଉ ଅଳ୍ପଦିନ ଥିବାରୁ ଷୋଡଶ ବିଧାନସଭାର ଏହା ହେବ ଶେଷ ଅଧିବେଶନ । ସରକାର ଏହି ଅଧିବେଶନରେ କାମଚଳା ବଜେଟ ଆଣିବେ । ୮ ତାରିଖରେ ଏହି କାମଚଳା ବଜେଟ ଆଗତ ହେବ । ସଂକ୍ଷିପ୍ତ ହେଲେ ବି ଏହି ଅଧିବେଶନ ବେଶ ସଗଗରମ ହେବା ଆଶା କରାଯାଉଛି । ବିଧାନସଭା ଅଧିବେଶନ ପାଇଁ ଉଭୟ ଶାସକ ଓ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ଗୃହକୁ ଶାନ୍ତିଶୃଙ୍ଖଳାର ସହ ଚଳାଇବା ପାଇଁ ସର୍ବଦଳୀୟ ବୈଠକ କରିଥିଲେବାଚସ୍ପତି ପ୍ରମିଳା ମଲ୍ଲିକ । ବିଜେଡି ଓ ବିଜେପି ବିଧାୟକ ଦଳର ବୈଠକ ବସିବ । ଗୃହକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି । ପ୍ରଥମ ଦିନରେ ରାଜ୍ୟପାଳ ଗୃହକୁ ସମ୍ବୋଧନ କରିବେ ।