ଆଜିଠୁ ବିଟେକ୍ କାଉନସେଲିଂ ପ୍ରକ୍ରିୟା ଆରମ୍ଭ । ଅକ୍ଟୋବର ଶେଷ ଯାଏଁ ଚାଲିବ ନାମଲେଖା । ବି.ଟେକ୍, ବି. ଆର୍କିଟେକ୍, ବି.ପ୍ଲାନ୍, ବି.କାଟ୍ ଓ ଇଣ୍ଟିଗ୍ରେଟେଡ୍ ଏମ୍ଏସ୍ସି ପରି ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ । ଅପରାହ୍ନ ୫ଟାରୁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିବା ସହ ଚଏସ୍ ଫିଲିଂ କରିପାରିବେ । ଚଏସ୍ ଫିଲିଂ ଆଧାରରେ ୨୨ ତାରିଖ ଅପରାହ୍ନ ୫ଟାରେ ମକ୍ ସିଟ୍ ଆଲଟ୍ମେଣ୍ଟ-୧ ତାଲିକା ପ୍ରଦର୍ଶିତ ହେବ । ୨୪ ତାରିଖ ପୂର୍ବାହ୍ନ ୧୧ଟାରୁ ପ୍ରାର୍ଥୀମାନଙ୍କ ଲାଗି ଚଏସ୍ ଲକିଂ ସୁବିଧା ଉପଲବ୍ଧ ହେବ, ଯାହାକି ୨୫ ତାରିଖ ପୂର୍ବାହ୍ନ ୧୧ଟା ଯାଏଁ ଚାଲିବ । ୨୬ରୁ ୨୮ ତାରିଖ ମଧ୍ୟରେ ତଥ୍ୟ ଯାଞ୍ଚ କରାଯିବା ସହ ଅକ୍ଟୋବର ପହିଲାରେ ପ୍ରଥମ ରାଉଣ୍ଡ ସିଟ୍ ଆଲଟମେଣ୍ଟ ଅନୁଷ୍ଠିତ ହେବ । ଅକ୍ଟୋବର ୧ରୁ ୮ ମଧ୍ୟରେ ଅନ୍ଲାଇନ୍ ରିପୋର୍ଟିଂ ଯଥା ପାର୍ଟ ଟାଇମ୍ ନାମଲେଖା ଫି’, ଡକ୍ୟୁମେଣ୍ଟ ଅପଲୋଡ୍ ଆଦି କରିବେ । ୨ରୁ ୧୧ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ସିଟ୍ ଆଲଟ୍ମେଣ୍ଟ ପ୍ରକ୍ରିୟାରୁ ଓହରି ଯାଇପାରିବେ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି