ଆଜିଠୁ ତାତିରେ ଲାଗିବ ବ୍ରେକ୍ । ରାଜ୍ୟରେ ବଢିବ କାଳବୈଶାଖୀ ପ୍ରଭାବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗ୍ରୀଷ୍ମଲହରୀ ପାଇଁ ଜାରି ହୋଇଥିବା ଚେତାବନୀ ହଟେଇ ଦିଆଯାଇଛି । ୩ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏଁ ତଳକୁ ଖସିବା ସମ୍ଭାବନା ରହିଛି । ଗତକାଲି ୪୦ ଡିଗ୍ରୀ ଉପରେ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ରହିଥିଲା । ଅନ୍ୟପଟେ ଖୁବଶୀଘ୍ର ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସୃଷ୍ଟି ହେବ । ପାଗରେ ପରିବର୍ତ୍ତନ ହୋଇ କାଳବୈଶାଖୀ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡଘଡି ଓ ବିଜୁଳି ସହ ବର୍ଷା ହେବ । ତେବେ ୨୪ରୁ ବଢିବ ବର୍ଷାର ବିସ୍ତୃତି । ପ୍ରଭାବରେ ଅନେକ ସ୍ଥାନରେ ୨ ରୁ ୪ ଡ଼ିଗ୍ରୀ ଯାଏଁ ତାପମାତ୍ରା କମିବ । ୨୬ ତାରିଖ ଯାଏଁ ତାପମାତ୍ରା ସାମାନ୍ୟ କମ ରହି ୨୭ରୁ ପୁଣି ବଢିବାନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା