The Topmost

“The eyes believe themselves, the ears believe other people.”

ଆଜିଠୁ ଡ୍ରାଇଭରଙ୍କ ଦେଶବ୍ୟାପୀ ଆନ୍ଦୋଳନ

ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଦିଲ୍ଲୀ ଜନ୍ତରମନ୍ତରରେ ଆଲୋଚନା ପରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଷ୍ଟିଅରିଂ ଛାଡି ଘରେ ରହିବା ପାଇଁ ଡ୍ରାଇଭରଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ କୁହାଯାଇଛି । ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଆନ୍ଦୋଳନ । ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି । ଫଳରେ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚିି ପାରୁନଥିବାରୁ ଅସୁବିଧାରେ ପଡିଛନ୍ତି ଗ୍ରାହକ, ବ୍ୟବସାୟୀ । ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଓଡ଼ିଶାର ଡ୍ରାଇଭର ।