The Topmost

“The eyes believe themselves, the ears believe other people.”

ଆଜିଠୁ ଡିଜିଟାଲ ମୁଦ୍ରାର ପାଇଲଟ୍ ପରୀକ୍ଷଣ

କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ କରେନ୍ସିକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ତତ୍ପରତା । କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ହୋଲସେଲ ସେଗମେଣ୍ଟରେ ଡିଜିଟାଲ ମୁଦ୍ରା ବା ଇ-ଟଙ୍କାର ପାଇଲଟ୍ ପରୀକ୍ଷଣ ଆଜିଠୁ ଆରମ୍ଭ ହେଉଛି । ସ୍ୱତନ୍ତ୍ର ବ୍ୟବହାର ପାଇଁ ଏହାକୁ ଉପଯୋଗ କରାଯିବ ବୋଲି ଜଣାପଡ଼ିଛି । ଏହି କରେନ୍ସିର ନାଁ ରହିଛି ସିବିଡିସି-ହୋଲସେଲ ବା ‘ଇ ରୁପି-ଡବ୍ୟୁ’ । ପାଇଲଟ୍ ପରୀକ୍ଷଣରେ ସେକେଣ୍ଡାରୀ ମାର୍କେଟ୍ ସେଟେଲମେଣ୍ଟ ପାଇଁ ଡିଜିଟାଲ ମୁଦ୍ରାକୁ ସରକାରୀ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ପାଇଁ ବ୍ୟବହାର କରାଯିବ । ପାଇଲଟ୍ ପରୀକ୍ଷଣରେ ୯ଟି ପ୍ରମୁଖ ବ୍ୟାଙ୍କ ଅଂଶଗ୍ରହଣ କରିବେ । ‘ଇ ରୁପି-ଡବ୍ୟୁ’ ଆନ୍ତଃ ବ୍ୟାଙ୍କ ବଜାରକୁ ଅଧିକ ଦକ୍ଷ କରିବ । କେନ୍ଦ୍ରୀୟ ବ୍ୟାଙ୍କର ଇ-ରୁପିରେ ସେଟେଲମେଣ୍ଟ ଦ୍ୱାରା ଟ୍ରାଞ୍ଜାକ୍ସନ ଖର୍ଚ୍ଚ କମିବ ।