ଆଜିଠୁ ଗଡିବ ଶ୍ରୀଜଗନ୍ନାଥ ଯାତ୍ରା ଟ୍ରେନ୍ । ଆଇଆରସିଟିସି ପକ୍ଷରୁ ଏହି ଟ୍ରେନର ଶୁଭାରମ୍ଭ ହେବାକୁ ଯାଉଛି । ନୂଆଦିଲ୍ଲୀରୁ ବାହାରିବାକୁ ଥିବା ଏହି ଭାରତ ଗୌରବ ପର୍ଯ୍ୟଟନ ଟ୍ରେନ୍ ଉତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଦେଇ ଓଡ଼ିଶାର ବିଭିନ୍ନ ତୀର୍ଥସ୍ଥାନ ଓ ଐତିହ୍ୟ ସ୍ଥଳୀକୁ ଯାତ୍ରା କରିବ । ଗସ୍ତ ସମୟରେ ପର୍ଯ୍ୟଟକମାନେ ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହ ବାରଣାସୀ, ବୈଦ୍ୟନାଥ ଧାମ ଓ ଗୟା ବୁଲିପାରିବେ । ୮ ଦିନିଆ ଏହି ଟ୍ରେନ୍ ଯାତ୍ରାରେ ୬୦୦ ପର୍ଯ୍ୟଟକ ଅଂଶଗ୍ରହଣ କରୁଥିବା ଜଣାପଡ଼ିଛି । ଟ୍ରେନ ଯାତ୍ରାର ପ୍ରଥମ ରହଣୀ ବାରାଣସୀ ସହର ହେବ । ପର୍ଯ୍ୟଟକମାନେ ସେଠାରେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଓ ଆରତି ସ୍ଥଳ ଆଦି ପରିଦର୍ଶନ କରିପାରିବେ । ଏହାପରେ ଟ୍ରେନଟି ଝାଡ଼ଖଣ୍ଡ ହୋଇ ସିଧା ପୁରୀ ଅଭିମୁଖେ ଯାତ୍ରା କରିବ । ପୁରୀଠାରେ ପର୍ଯ୍ୟଟକଙ୍କ ପାଇଁ ହୋଟେଲରେ ଦୁଇ ରାତି ରହିବାର ବ୍ୟବସ୍ଥା ହୋଇଛି । ସେମାନେ ପୁରୀରେ ଜଗନ୍ନାଥ ମନ୍ଦିର, ସୁବର୍ଣ୍ଣ ବେଳାଭୂମି, କୋଣାର୍କର ସୂର୍ଯ୍ୟମନ୍ଦିର ଓ ମନ୍ଦିରମାଳୀନି ସହର ଭୁବନେଶ୍ୱରର ମନ୍ଦିରଗୁଡ଼ିକ ଦର୍ଶନ କରିବେ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା