ଆଜିଠୁ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହେବ ଭାରତ ଯୋଡୋ ନ୍ୟାୟ ଯାତ୍ରା । ମଣିପୁରରୁ ଆରମ୍ଭ ହେବାକୁ ଥିବା ଏହି ଯାତ୍ରା ମାର୍ଚ୍ଚ ୨୦ରେ ମୁମ୍ବାଇରେ ଶେଷ ହେବ । ଏହି ସମୟ ମଧ୍ୟରେ ୧୪ଟି ରାଜ୍ୟ ଏବଂ ୮୫ଟି ଜିଲ୍ଲାରେ ୬୨୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ କଂଗ୍ରେସର ଏହି ଯାତ୍ରା । ରାହୁଲ ଗାନ୍ଧୀ କନ୍ୟାକୁମାରୀଠାରୁ କାଶ୍ମୀର ପର୍ଯ୍ୟନ୍ତ ୪୫୦୦ କିଲୋମିଟର ବ୍ୟାପୀ ‘ଭାରତ ଯୋଡ଼ୋ ଯାତ୍ରା’ କରିଥିଲେ । ଭାରତୀୟ ରାଜନୀତି ଇତିହାସରେ ଏହା ଏକ ଐତିହାସିକ ଯାତ୍ରା ଥିଲା ବୋଲି କଂଗ୍ରେସ କହିଛି । ସେ ଭାରତ ଯୋଡ଼ୋ ଯାତ୍ରାର ଅନୁଭୂତି ସହ ଏହି ଯାତ୍ରା ଆରମ୍ଭ କରିବେ । ଏହି ଯାତ୍ରା ସମୟରେ ଦେଶର ମହିଳା, ଯୁବକ ଏବଂ ଦେଶର ବଞ୍ଚିତ ବର୍ଗର ଲୋକଙ୍କ ସହ ଆଲୋଚନା କରାଯିବ । ଏହି ଯାତ୍ରା ୬ ହଜାର ୨୦୦ କିଲୋମିଟର ଦୂରତା ଅତିକ୍ରମ କରି ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଛତିଶଗଡ଼, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ । ଭାରତ ଯୋଡୋ ନ୍ୟାୟ ଯାତ୍ରା ପ୍ରାୟତଃ ବସ୍ ଯୋଗେ ହେବ । କିଛି ସ୍ଥାନରେ ପଦଯାତ୍ରା ବି ହେବ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍