The Topmost

“The eyes believe themselves, the ears believe other people.”

ଆଜିଠୁ ଓଜେଇଇ ଓ୍ବେବ୍ କାଉନସେଲିଂ

ଆଜିଠୁ ଓଜେଇଇ ଓ୍ବେବ୍ କାଉନସେଲିଂ । ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଆରମ୍ଭ ହେବ ପ୍ରକ୍ରିୟା । ଅନଲାଇନ୍‌ ମାଧ୍ୟମରେ କାଉନସେଲିଂ କରାଯିବ । ଆଜି ଏମ୍‌ବିଏ, ଏମ୍‌ସିଏ, ଏମ୍‌.ଟେକ୍, ଏମ୍‌ ଆର୍କିଟେକ୍ ଏବଂ ଏମ୍‌.ପ୍ଳାନ୍ ପାଇଁ ଆରମ୍ଭ ହେବ କାଉନ୍‌ସେଲିଂ । କାଲିଠୁ ଟେକ୍ନିକାଲ ଅଣ୍ଡର ଗ୍ରାଜୁଏଟ୍‌ ପିଲାମାନଙ୍କ ପାଇଁ ବିଟେକ୍, ବି ଆର୍କିଟେକ୍, ବି.ପ୍ଳାନ୍, ବି.କ୍ୟାଟ୍ ଏବଂ ଇଣ୍ଟିଗ୍ରେଟେଡ୍‌ ଏମ୍‌.ଏସ୍‌ସି ପାଇଁ କାଉନ୍‌ସେଲିଂ ଆରମ୍ଭ ହେବ । ଇଛୁକ ଛାତ୍ରଛାତ୍ରୀମାନେ ଓଜେଇଇ ଓ୍ବେବ୍‌ସାଇଟ୍‌ www ଡଟ୍ ojee ଡଟ୍ nic ଡଟ୍ in କିମ୍ବା www ଡଟ୍ odishajee ଡଟ୍ com ମାଧ୍ୟମରେ ସମସ୍ତ ତଥ୍ୟ ପାଇପାରିବେ ।