The Topmost

“The eyes believe themselves, the ears believe other people.”

ଆଜିଠାରୁ ପାଳିତ ହେଉଛି ମାଓ ସପ୍ତାହ; ଓଡ଼ିଶାରେ କ୍ରମଶଃ କମୁଛି ମାଓ ସ୍ଥିତି..

ଆଜିଠାରୁ ପାଳିତ ହେଉଛି ମାଓ ସପ୍ତାହ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଓମାଦୀମାନେ ଅଧିକ ଭୟଙ୍କର ହେବା ଆଶଙ୍କା କରାଯାଉଛି । ଗତ ୬ ମାସରେ ପୁଲିସ ଆକ୍ରମଣ‌ରେ ୧୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୨ରୁ ଅଧିକ ମାଓନେତା ପୁଲିସ ଗୁଳିର ଶିକାର ହୋଇଛନ୍ତି । କିଛି ଦୁର୍ଦ୍ଦାନ୍ତ ମାଓ ନେତାଙ୍କ ସହ ୫୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ତେଣୁ ଓଡ଼ିଶାରେ ସେମାନଙ୍କ ସ୍ଥିତି କ୍ରମଶଃ ଦୁର୍ବଳ ହୋଇପଡ଼ୁଥିବା ଚର୍ଚ୍ଚା ହେଉଛି । ତେବେ ସେମାନେ ଗତ ୬ ମାସ ଭିତରେ ପୁଲିସ ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଛନ୍ତି । ସେମାନଙ୍କ ଯୋଜନାବଦ୍ଧ ଆକ୍ରମଣରେ ୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି । ଏହାସହ ସେମାନେ ଜଣଙ୍କୁ ପୁଲିସ ଇନ୍‌ଫର୍ମର ସନ୍ଦେହରେ ଗଳାକାଟି ବଡ଼ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଅନ୍ୟାନ୍ୟ ହିଂସାକାଣ୍ଡରେ ବହୁ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି । ଏବେ ମାଓ ସପ୍ତାହ ଆରମ୍ଭ ହୋଇଯାଇଥିବାରୁ ସେମାନେ ପୁଣି ଅଧିକ ଉଗ୍ର ହେବାର ସମ୍ଭାବନା ରହିଛି, ଯାହାକି ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେବ ।