ଆଜିକାଲିର ବ୍ୟସ୍ତବହୂଳ ଜୀବନରେ ହୃଦ୍ଘାତର ଆଶଙ୍କା ଢେର ଅଧିକା । ତେବେ ଏହାକୁ ଚିହ୍ନଟ କରିବା ଏକ ଗୁରୁତର ସମସ୍ୟା । ସେଥିପାଇଁ ଅନେକ ସମୟରେ ବୈଜ୍ଞାନିକମାନେ ନୂଆନୂଆ ଉଦ୍ଭାବନ କରିବାରେ ଲାଗିଥାଆନ୍ତି । ସେହିଭଳି ଏକ ନୂଆ ପଦ୍ଧତି ବାହାର କରିବାରେ ବୈଜ୍ଞାନିକମାନେ ସଫଳ ହୋଇଛନ୍ତି । ବୈଜ୍ଞାନିକମାନେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ଆବିଷ୍କାର କରିଛନ୍ତି, ଯାହା ଆଖି ସ୍କାନ୍ କରି ରୋଗୀଙ୍କର ହୃଦଘାତ୍ ଆଶଙ୍କା କେତେ ପ୍ରତିଶତ ତାହା ଜାଣିପାରିବ । ବୈଜ୍ଞାନିକଙ୍କ ମତରେ ରେଟିନାର ରକ୍ତ କୋଷିକାରେ କିଛି ଛୋଟ ପରିବର୍ତ୍ତନ ହୃତପିଣ୍ଡରେ ଥିବା ସମସ୍ୟା ସମ୍ବନ୍ଧରେ ସୂଚନାଦେବ । ରେଟିନାର ସ୍କାନିଂ ଦ୍ୱାରା ଏ ସମସ୍ତ ତଥ୍ୟ ମିଳିପାରିବ । ଏହି ପ୍ରକ୍ରିୟା ଅନୁସାରେ ସ୍କାନିଂରେ ବ୍ୟବହାର ହେଉଥିବା ଆଲ୍ଗୋରିଦିମ୍କୁ ଅଧିକ ଅନୁଧ୍ୟାନ କରି ଆକଳନ କରାଯାଇଥାଏ । ଏହି ତଥ୍ୟ ପ୍ରାୟ ୭୦ରୁ ୮୦ ପ୍ରତିଶତ ସଠିକ୍ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି । ତେବେ ଏହି ରେଟିନା ବିଶ୍ଲେଷଣ ପ୍ରକ୍ରିୟା ଅନେକ ମାତ୍ରାରେ ରୋଗୀଙ୍କୁ ସାହାଯ୍ୟ କରିବ ବୋଲି ଜଣାପଡିଛି । ଦୁନିଆରେ ଅନେକ ମୃତୁ୍ୟ ହୃଦ୍ରୋଗ କାରଣରୁ ହୋଇଥାଏ । ତେଣୁ ଏହି ପଦ୍ଧତି ଆଗକୁ ସମସ୍ତଙ୍କୁ ସାହାଯ୍ୟ କରିବ ବୋଲି ନିର୍ମାଣକାରୀ ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି ।
“The eyes believe themselves, the ears believe other people.”
More Stories
ଭୁଲରେ ବି ପିଅନ୍ତୁନି ଚା ସହ ପ୍ରୋଟିନ୍ ଯୁକ୍ତ ଖାଦ୍ୟ
ଅନିଦ୍ରାପଣକୁ ଦୂର କରିଥାଏ ଏହି ପାନୀୟ
ହୃଦରୋଗ ଆଶଙ୍କା ଥିଲେ ଏଡାଇଦେବ ଏହି ପରିବା