The Topmost

“The eyes believe themselves, the ears believe other people.”

ଆକାଶ ଛୁଆଁ ଏଲ୍‌ପିଜି ସିଲିଣ୍ଡର ଦାମ୍‌; ଦରବୃଦ୍ଧି ନେଇ ବିଜେପିକୁ ବିଜେପି ନେତାଙ୍କ ପ୍ରଶ୍ନ !

ଦରଦାମ୍ ସ୍ଥିତିକୁ ନେଇ ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ । ସଂସଦର ଚଳିତ ମୌସୁମୀ ଅଧିବେଶନରରେ ସେମାନେ ନିୟମିତ ବାଧା ସୃଷ୍ଟି କରୁଛନ୍ତି । ଏହାରିଭିତରେ ବିଜେପି ନେତା ବରୁଣ ଗାନ୍ଧୀ ମଧ୍ୟ ଏଲ୍‌ପିଜି ଦରବୃଦ୍ଧିକୁ ‌ବିରୋଧ କରିଛନ୍ତି । ଏବଂ କହିଛନ୍ତି ଯେ ଗରିବ ଲୋକମାନଙ୍କ ରୋଷେଇ ଘର ପୁଣିଥରେ ଧୁଆଁରେ ଭର୍ତ୍ତି ହୋଇଯାଇଛି । ସେପଟେ ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଏଲ୍‌ପିଜି ସିଲିଣ୍ଡର ଦାମ୍ ଅନ୍ୟ ଦେଶ ତୁଳନାରେ କମ୍ ଅଛି । ଏନେଇ ସେ ସୋସିଆଲ୍ ମିଡିଆରେ ଏକ ଗ୍ରାଫିକ୍ସ ପୋଷ୍ଟ୍‌ କରି ଜଣାଇଛନ୍ତି ଯେ ବର୍ତ୍ତମାନ ଦେଶରେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧୦୫୩ ଟଙ୍କା ରହିଛି । ଯାହାକି ଆମେରିକା, ପାକିସ୍ତାନ ଓ ଶ୍ରୀଲଙ୍କାର ଏଲ୍‌ପିଜି ଦରଠାରୁ କମ୍ । ମୋଦୀ ସରକାର ସର୍ବଦା ନାଗରିକମାନଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଉଛନ୍ତି । ବିଶ୍ବର ଅନ୍ୟ ଦେଶ ତୁଳନାରେ ଏଲ୍‌ପିଜି ଦାମ୍‌ରେ ହୋଇଥିବା ବୃଦ୍ଧି ତୁଳନାରେ ଭାରତରେ ବୃଦ୍ଧି ହାର କମ୍ ରହିଛି । ଚଳିତ ମାସରେ ଏଲ୍‌ପିଜି ଦାମ୍ ୫୦ ଟଙ୍କା ବୃଦ୍ଧି ପାଇବା ପରେ ଦିଲ୍ଲୀରେ ତାହାର ଦାମ୍ ୧୦୫୩ ଟଙ୍କା ହୋଇଛି । ଏବଂ ଦେଶର ଅନ୍ୟାନ୍ୟ ସହରରେ ଏହି ଦାମ୍ ୧୦୭୯ ଟଙ୍କା ଭଳି ଉଚ୍ଚ ଦରରେ ପହଞ୍ଚିଛି ।