The Topmost

“The eyes believe themselves, the ears believe other people.”

ଆକାଶରେ ଉଡିବାକୁ ଯାଉଛି ପାଇଲଟ୍ ବିହୀନ ବିମାନ

ଏଣିକି ରୋବୋ ପ୍ଲେନରେ ବିମାନ ଯାତ୍ରାର ମଜା ନେବେ ଲୋକେ । ଆକାଶରେ ଉଡିବ ପାଇଲଟ୍ ବିହୀନ ବିମାନ । ସେଲ୍ଫ ଡ୍ରାଇଭ୍ କାର୍ ଓ ମେଟ୍ରୋ ପରେ ଏବେ ଆସିବାକୁ ଯାଉଛି ଅଟୋ ଫ୍ଲାଇଙ୍ଗ ପ୍ଲେନ୍ । ଆମେରିକାର ଆଭିଏସନ୍ କମ୍ପାନୀମାନେ ଏନେଇ ପରୀକ୍ଷା ନୀରିକ୍ଷା ଚଳାଇଛନ୍ତି । ପାସେଞ୍ଜର ପ୍ଲେନକୁ ଅଟୋନୋମସ୍ କରିବାକୁ କମ୍ପାନୀ ଗୁଡିକ ଜୋରସୋରରେ ନିଜ କାମକୁ ଆଗେଇ ନେଉଥିବା ସୂଚନା ରହିଛି । ବର୍ତ୍ତମାନ ସମୟରେ ଏୟାର ଟ୍ରାଫିକ୍ ଓ ଏୟାର କାର୍ଗୋ ସେବାର ଆବଶ୍ୟକତା ବଢିବାରେ ଲାଗିଛି । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ସମସ୍ୟାକୁ ଦୂରେଇବାକୁ ଅଟୋନୋମସ୍ ପାଇଲଟ୍ ଯୁଗରେ ପାଦ ଦେବାର ସମୟ ଆସିଯାଇଛି । ଏହାର ଅର୍ଥ କେବଳ କାର୍ଗୋ ବିମାନକୁ ପାଇଲଟ୍ ବିହୀନ କରାଯିବ ତା ନୁହେଁ ବରଂ ଆକାଶରେ ଉଡିବ ପାଇଲଟ୍ ବିହୀନ ବା ଅଟୋମେଟିକ୍ ଯାତ୍ରୀବାହୀ ବିମାନ । ଏଥିପାଇଁ ଆମେରିକାରେ ଚାଲିଛି ଜୋରଦାର ପରୀକ୍ଷଣ ।