ମହିଳା କ୍ରିକେଟକୁ ଅଧିକ ପ୍ରତିଦ୍ୱନ୍ଦିତାମୂଳକ କରିବା ପାଇଁ ବୁଧବାର ଆଇସିସି ପକ୍ଷରୁ ୫ଟି ଆସୋସିଏଟ୍ ଦଳକୁ ଦିନିକିଆ ମାନ୍ୟତା ପ୍ରଦାନ କରାଯାଇଛି । ନେଦରଲାଣ୍ଡ, ପପୁଆ ନ୍ୟୁଗିନି, ସ୍କଟଲାଣ୍ଡ, ଥାଇଲାଣ୍ଡ ଏବଂ ଆମେରିକା ଦଳକୁ ଦିନିକିଆ ମାନ୍ୟତା ମିଳିଛି । ଏହି ୫ଟି ଯାକ ଦଳ ଆଗାମୀ ୨୦୨୫ ବିଶ୍ୱକପ୍ ଯୋଗ୍ୟତା ଦୌଡ଼ରେ ସାମିଲ୍ ହେବେ । ଗତ କିଛି ବର୍ଷ ହେବ ଥାଇଲାଣ୍ଡ ଦଳ ପ୍ରଭାବୀ ଭଲ ପ୍ରଦର୍ଶନ କରି ଆସିଥିଲା । ଥାଇଲାଣ୍ଡ ୨୦୨୦ ଟି-ଟେ୍ୱଣ୍ଟି ବିଶ୍ୱକପ ଯୋଗ୍ୟତା ଅର୍ଜନ କରିଥିବାବେଳେ ଦିନିକିଆ ବିଶ୍ୱକପର ଯୋଗ୍ୟତା ପର୍ଯ୍ୟାୟରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲା । ଅନ୍ୟପଟରେ ଆଇସିସି ପକ୍ଷରୁ ମହିଳା ଚାମ୍ପିଅନସିପର ନୂଆ ସଂସ୍କରଣ(୨୦୨୨-୨୫) ପାଇଁ ଦୁଇଟି ନୂଆ ଦଳକୁ ସାମିଲ୍ କରାଯାଇଛି । ବାଂଲାଦେଶ ଓ ଆୟରଲାଣ୍ଡ ଦଳ ଏହି ସଂସ୍କରଣରେ ସାମିଲ୍ ହେବେ । ଏଥର ୧୦ଟି ଦଳକୁ ନେଇ ମହିଳା ଚାମ୍ପିଅନସିପ୍ ଅନୁଷ୍ଠିତ ହେବ । ପ୍ରତ୍ୟେକ ଦଳ ୮ଟି ତିନି ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳିବେ । ସେଥିମଧ୍ୟରୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୫ଟି ଦଳ ସମେତ ଆୟୋଜକ ଦଳ ଆଗାମୀ ବିଶ୍ୱକପ ଯୋଗ୍ୟତା ଅର୍ଜନ କରିବେ ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ଡାଇବେଟିସ୍ ପାଇଁ ଅବ୍ୟର୍ଥ ଔଷଧ ହେଉଛି ପଣଷ