ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ୩ ଜଣ ଏସପିଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ଅଧିକାଂଶ ଜିଲ୍ଲାର ଏସପି ବଦଳିଛନ୍ତି । ଜଗତସିଂହପୁର ଏସପି ଅଖିଳେଶ୍ବର ସିଂ ଡିଆଇଜି ଭାବେ ପଦୋନ୍ନତି ପାଇ ସ୍ପେଶାଲ ଆର୍ମଡ ଫୋର୍ସର ଡିଆଇଜି ଭାବେ ଅବସ୍ଥାପିତ ହୋଇଛନ୍ତି । ସେହିଭଳି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଅନୁଗୁଳ ଡିଆଜି ହୋଇଛନ୍ତି । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଅଗ୍ନିଶମ ଓ ଗୃହରକ୍ଷୀ ବାହିନୀର ଡିଆଜି ଭାବେ ନିଯୁକ୍ତି ପାଇଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଅନୁଯାୟୀ ବାଲେଶ୍ବର ଏପସି ସୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସପି ଦାୟିତ୍ବ ତୁଲାଇବେ । ଯାଜପୁର ଏସପି ରାହୁଲ ପିଆର ଜଗତସିଂହପୁର ଏସପି ଭାବେ ବଦଳି ହୋଇଛନ୍ତି । ଅନୁଗୁଳ ଏସପି ଜଗମୋହନ ମୀନା ଗଞ୍ଜାମ ଏସପି ଭାର ଗ୍ରହଣ କରିବେ । ଢେଙ୍କାନାଳ ଏସପି ଏଲ ଦିବ୍ୟାଙ୍କୁ ଭିଜିଲାନସ ଏସପି ଭାବେ ବଦଳି କରିଛନ୍ତି ସରକାର । ନୂଆପଡ଼ା ଏସପି ପ୍ରତ୍ୟୁଷ ଦିବାକର ସୁନ୍ଦରଗଡ଼ ଏସପି ଭାବେ ବଦଳି ହୋଇଛନ୍ତି । କନ୍ଧମାଳ ଏସପି ଭୀନିତ ଅଗ୍ରଓ୍ବାଲଙ୍କୁ ଯାଜପୁର ଏସପି ଦାୟିତ୍ବ ମିଳିଛି । କୋରାପୁଟ ଏସପି ବରୁଣ ଗୁଣ୍ଟୁପାଲିଙ୍କୁ ଭଦ୍ରକ ଏସପି ପଦ ମିଳିଥିଲା ବେଳେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ବାଲେଶ୍ବର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭାବେ ବଦଳି ହୋଇଛନ୍ତି । ବାଲିଗୁଡ଼ା ଏସଡିପିଓ ଗୁନ୍ଦାଲ ରେଡି ନୂଆପଡ଼ା ଏସପି, ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର କନ୍ଧମାଳ ଏସପି ହୋଇଛନ୍ତି । କେସିଙ୍ଗା ଏସଡିପିଓ ଅଭିନବ ସୋନକର କୋରାପୁଟ ଏସପି ଦାୟିତ୍ବ ସମ୍ଭାଳିବେ । ସ୍ପେଶାଲବ୍ରାଞ୍ଚ ଏସପି ଜ୍ଞାନରଂଜନ ମହାପାତ୍ରଙ୍କୁ ସରକାର ଢେଙ୍କାନାଳ ଏସପି ଭାର ଦେଇଛନ୍ତି ।
“The eyes believe themselves, the ears believe other people.”
More Stories
ରାସନ୍ କାର୍ଡ ପାଇଁ ପୁଣି ଥରେ ଭରିବାକୁ ପଡିବ ଆପ୍ଲିକେସନ୍
ଠିକ୍ ଭାବରେ କାମ କରୁନି ଆୟୁଷମାନ ଭାରତ କାର୍ଡ, ହନ୍ତସନ୍ତ ଜନତା
ସହର ଭିତରୁ ହଟିବ ଜେଲ୍, ନୂଆ ଜେଲରେ ରହିବେ କଏଦୀ