ଟାଇମ୍ସ ଅଲ ଇଣ୍ଡିଆ ଇଞ୍ଜିନିୟରିଂ ଇନଷ୍ଟିଚ୍ୟୁଟସ ରାଙ୍କିଙ୍ଗ ସର୍ଭେ 2023 ରେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଦେଶର ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟରେ ତୃତୀୟ ସ୍ଥାନ ହାସଲ କରିଛି । ମଙ୍ଗଳବାର ପ୍ରକାଶିତ ଏହି ରାଙ୍କିଙ୍ଗରେ 1996-97 ମସିହାରେ ପ୍ରତିଷ୍ଠିତ ଆଇଟିଆର ଓଡ଼ିଶା ତଥା ପୂର୍ବାଞ୍ଚଳରେ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଭାବେ ପ୍ରଥମ ସ୍ଥାନରେ ରହିଛି । ଦେଶର 125ଟି ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ତାଲିକାରେ ମଧ୍ୟ ଆଇଟିଇଆ ଏହି ରାଙ୍କିଙ୍ଗରେ ଦ୍ବିତୀୟ ସ୍ଥାନ ହାସଲ କରିଥିବାବେଳେ ଗବେଷଣା କ୍ଷେତ୍ରରେ ଦେଶରେ ଚତୁର୍ଥ ଏବଂ ପୂର୍ବାଞ୍ଚଳରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ଦେଶର 170ଟି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନକୁ ନେଇ ଏହି ସର୍ଭେ କରାଯାଇଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା