ଧ୍ବଂସ ବିଧ୍ବଂସ ହେଇଯିବ କି ଆମେରିକା ! ପୁଣି ଗୁଳିମାଡରେ ଥରିଲା ଓ୍ୱାଶିଂଟନ୍ । ଅଶାନ୍ତ ଆମେରିକାରେ ଲଗାତାର ଭାବେ ଗୁଳି ବର୍ଷା ହେଉଛି । ଏହାରିଭିତରେ ଓ୍ୱାଶିଂଟନର ଉତ୍ତରପୂର୍ବ ପ୍ରାନ୍ତରେ ଥିବା ଏକ ଆପାର୍ଟମେଣ୍ଟରେ ଗୁଳିକାଣ୍ଡ ଘଟିଛି । ଜଣେ ଦୁର୍ବୃତ୍ତ ହଠାତ ଆଖିବୁଜା ଗୁଳିମାଡ କରିଥିଲେ । ସହରର ଏହି ଜନବହୁଳ ଆପାର୍ଟମେଣ୍ଟରେ ଗୁଳିକାଣ୍ଡ ଘଟିବାରୁ ଏକାଧିକ ପ୍ରାଣ ହରାଇଛନ୍ତି । ଏହାସହ ୫ ଜଣ ଆହତ ହୋଇଛନ୍ତି । ସେପଟେ କିନ୍ତୁ ସ୍ଥାନୀୟ ପୋଲିସ ଜଣଙ୍କର ମୃତ୍ୟୁ ହୋଇଥିବା କହିଛି । ମେଟ୍ରୋପୋଲିଅନ ପୋଲିସ ବିଭାଗ କହିଛି ଯେ, ଆପାର୍ଟମେଣ୍ଟର ୧୫୦୦ ବ୍ଲକରେ ଏହି ଘଟଣା ଘଟିଥିଲା । ତେବେ ପ୍ରକୃତରେ କେତେ ଜଣ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନଥିବାବେଳେ ଏବେବି ତଦନ୍ତ ଜାରି ରହିଛି ।
“The eyes believe themselves, the ears believe other people.”
More Stories
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ