ଅର୍ଚ୍ଚନା ନାଗ୍ ଙ୍କୁ ମିଳିଲା ଜାମିନ

ଭୁବନେଶ୍ବରର ଚର୍ଚ୍ଚିତ ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି । ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନୟାପଲ୍ଲୀ ଥାନାରେ ଅର୍ଚ୍ଚନାଙ୍କ ନାଁରେ ବ୍ଲାକମେଲିଂ ଅଭିଯୋଗ ହୋଇଥିଲା। ଅର୍ଚ୍ଚନାଙ୍କ ନାଁରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ବ୍ଲାକମେଲିଂ ଅଭିଯୋଗ ଆଣିଥିଲେ। ପୋଲିସ ଏହି ମାମଲାରେ ଅର୍ଚ୍ଚନା ନାଗଙ୍କୁ ଗିରଫ କରିଥିଲା । ସୂଚନାଯୋଗ୍ୟ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଏବେ ଝାରପଡ଼ା ଜେଲରେ ଅଛନ୍ତି । ତାଙ୍କ ବିରୋଧରେ ଆଉ ଦୁଇଟି ମାମଲା ରହିଥିବାରୁ ସେ ଜେଲ୍‌ରୁ ବାହାରିପାରିବେ ନାହିଁ । ମାମଲାର ମୁଖ୍ୟ ସୂତ୍ରଧର ଶ୍ରଦ୍ଧାଞ୍ଚଳି ବେହେରା କରିଥିବା ଏତଲା ଆଧାରରେ ଖଣ୍ଡଗିରି ଥାନାରେ ହୋଇଥିବା ମାମଲା ଓ ଇଡି ପକ୍ଷରୁ ଚାଲିଥିବା ତଦନ୍ତ ମାମଲା ଏବେ ବି କୋର୍ଟରେ ବିଚାରାଧୀନ ରହିଛି ।

SHARE BY