ଅଯୋଧ୍ୟାରେ ନିର୍ମାଣ ହେବାକୁ ଯାଉଛି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏକ ଭବ୍ୟ ମନ୍ଦିର । ଏହି ମନ୍ଦିର ନିର୍ମାଣ କରିବାକୁ ଯାଉଛନ୍ତି ତାଙ୍କର ସମର୍ଥକମାନେ । ଏହି ମନ୍ଦିରର ନିର୍ମାଣ ଯୋଗୀଙ୍କ ପ୍ରଚାରକ ପ୍ରଭାକର ମୌର୍ଯ୍ୟ ନିର୍ମାଣ କରିବାକୁ ଯାଉଛନ୍ତି । ଯୋଗୀଙ୍କର ଏହି ମନ୍ଦିରର ଉଚ୍ଚତା ୧୦୧ ଫୁଟ ରହିବ । ଏହା ସହ ମନ୍ଦିରର ଲମ୍ବ ଓ ପ୍ରସ୍ଥ ୫୦ଫୁଟ ଲେଖାଏଁ ରହିବ । ଏହି ମନ୍ଦିର ନିର୍ମାଣରେ ଆନୁମାନିକ ୪କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏନେଇ ଚଳିତମାସ ୨୪ ତାରିଖରେ ଭୂମି ପୂଜନ ହେବାକୁ ଯାଉଛି । ଏହି ଭୂମିପୂଜନ ଉତ୍ସବରେ ରାମଲାଲାଙ୍କ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କରିବେ । ଏହି ଅବସରରେ ହନୁମାନଗଢୀର ପୂଜାରୀ ରାଜୁ ଦାସଙ୍କ ସମେତ ଅନେକ ସନ୍ଥ ସାମିଲ ହେବେ ବୋଲି କୁହାଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ