The Topmost

“The eyes believe themselves, the ears believe other people.”

ଅଫତାବକୁ ଖସାଇବାକୁ ପୋଲିସ ଭ୍ୟାନ ଉପରେ ଆକ୍ରମଣ

ଅଫତାବକୁ ନେଇ ଯାଉଥିବା ପୋଲିସ ଭ୍ୟାନ ଉପରେ ଆକ୍ରମଣ । ହାତରେ ଖଣ୍ଡା ଧରି ୪ ରୁ ୫ଜଣ ଭ୍ୟାନ ଉପରେ ଆକ୍ରମଣ କରିଛନ୍ତି । ପଲିଗ୍ରାଫ ଟେଷ୍ଟ ପରେ ତିହାର ଜେଲ୍ ନେବା ସମୟରେ ଏହି ଆକ୍ରମଣ ହୋଇଛି । ପଲିଗ୍ରାଫ ଟେଷ୍ଟ ସରିବା ପରେ ଏଫଏସଏଲ ଲ୍ୟାବରୁ ନିଆଯିବା ବେଳେ ଏମାନେ ଭ୍ୟାନର ପିଛା କରିଥିଲେ । ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିଲା । ସେମାନଙ୍କୁ କାବୁ କରିବା ପାଇଁ ପୋଲିସ ରିଭଲଭର ବାହାରି କରିଥିଲା । ସେମାନଙ୍କୁ କାବୁ କରି ପୋଲିସ ପଚରା ଉଚରା କରୁଛି । ଆକ୍ରମଣ ବେଳେ ସେମାନେ ନାରାବାଜୀ କରିଥିଲେ । ଆକ୍ରମଣକାରୀ ନିଜକୁ ହିନ୍ଦୁ ସେନାର କାର୍ଯ୍ୟକତା କହିଛନ୍ତି । ସେମାନେ କହିଛନ୍ତି, ଆମ ଭଉଣୀ ଓ ଝିଅ ଯେତବେଳେ ସୁରକ୍ଷିତ ନାହାନ୍ତି, ତେବେ ଆମେ ବଞ୍ଚି କଣ କରିବା । ଆମକୁ ଦୁଇ ମିନିଟ ପାଇଁ ଆଫତାବକୁ ହସ୍ତାନ୍ତର କର ଆମେ ତାକୁ ଗୁଳି କରି ମାରିବୁ ।