ସଫଳ ହେଲା ଅପରେସନ୍ । ୬୦ ଫୁଟର ଗଭୀର ବୋରୱେଲ୍ ଭିତରେ ଫସି ରହିଥିବା ୮ ବର୍ଷର ପିଲାକୁ ସଫଳତାର ସହ ଉଦ୍ଧାର କଲା ଟିମ୍ । ୨୪ ଘଂଟାର ଅପରେସନ୍ ପରେ ସଫଳତାର ସହ ୮ବର୍ଷୀୟ ଲୋକେଶକୁ ବୋରୱେଲରୁ ଉଦ୍ଧାର କରାଯାଇଛି । ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳରେ ମଙ୍ଗଳବାର ଦିନ ୮ ବର୍ଷୀୟ ବାଳକ ଲୋକେଶ ବୋରୱେଲ ଭିତରେ ଖସି ପଡିଥିଲା । ଖେଳୁଥିବାବେଳେ ୬୦ ଫୁଟର ଗଭୀର ବୋରୱେଲ ଭିତରେ ଖସି ପଡିଥିଲା ଲୋକେଶ । ଘଟଣାର ଖବର ମିଳିବା ପରେ ତୁରନ୍ତ ଉଦ୍ଧାର କାମରେ ନିୟୋଜିତ ହୋଇଥିଲା ସ୍ଥାନୀୟ ପୋଲିସ୍ । ଲୋକେଶ ବୋରୱେଲ ଭିତରେ ୪୩ ଫୁଟରେ ଫସି ରହିଥିଲା ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ