ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି । ମାତ୍ର ୮ ଦିନ ଚାଲିପାରିଲା ବିଧାନସଭା ଶୀତକାଳୀନ ଅଧିବେଶନ । ଶୀତକାଳୀନ ଅଧିବେଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଏହାକୁ ସମର୍ଥନ ଜଣାଇଥିଲେ ଶାସକ ଦଳ ବିଧାୟକ । ପରେ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରସ୍ତାବକୁ ଗୃହୀତ କରିଛନ୍ତି ବାଚସ୍ପତି । ଶୀତ ଅଧିବେଶନର ଶେଷ କାର୍ଯ୍ୟ ଦିବସରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିବେଶନରେ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ ।
More Stories
ଗାଁରେ ମାତିଛି ଗୁଣିଆ, ଦେଉଛି ଶିଶୁବଳି
ଶ୍ରୀମନ୍ଦିର ସେବାୟତଙ୍କୁ ହାଣିଲେ ଦୁର୍ବୁତ୍ତ
ଓଡିଶାକୁ ବାତ୍ୟା ଭୟ