The Topmost

“The eyes believe themselves, the ears believe other people.”

ଅଣନିଶ୍ବାସୀ ଦିଲ୍ଲୀବାସୀ, ଚିନ୍ତା ବଢାଇଲାଣି ବାୟୁର ଗୁଣାବତ୍ତା

ଦିଲ୍ଲୀରେ ବାୟୁର ଗୁଣାବତ୍ତା ଚିନ୍ତାଜନକ ସ୍ଥିତିରେ ରହିଛି । ତେବେ ଲଗାତାର ଭାବେ ଦ୍ୱିତୀୟ ଦିନରେ ପଲ୍ୟୁସନ ଚିନ୍ତାରେ ପକାଇଛି । ସୋମବାରଠୁ ଏୟାର କ୍ୱାଲିଟି ଖରାପ ହୋଇଥିବା ବେଳେ ଆନନ୍ଦବିହାର ପଲ୍ୟୁସନ ହଟସ୍ପଟ ପାଲଟିଛି । ଆନନ୍ଦ ବିହାରରେ ଲଗାତାର ଦ୍ୱିତୀୟ ଦିନରେ AQI ୪୧୮ ରହିଛି । ଆଗାମୀ ଦିନରେ ଏୟାର କ୍ୱାଲିଟି ଆହୁରି ଖରାପ ହୋଇପାରେ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ଏହା ସୁସ୍ଥ ଲୋକଙ୍କୁ ପ୍ରଭାବିତ କରୁଥିବା ବେଳେ ଅସୁସ୍ଥ ଲୋକଙ୍କୁ ଗମ୍ଭୀର ଭାବେ କ୍ଷତି ପହଞ୍ଚାଇଥାଏ । ଏଥିରେ ଶ୍ୱାସକ୍ରିୟାଜନିତ ସମସ୍ୟା ଥିବା ଲୋକମାନେ ଅତ୍ୟଧିକ ପ୍ରଭାବିତ ହୋଇଥାନ୍ତି । ପାର୍ବଣ ଆରମ୍ଭ ହେଉଥିବାରୁ ଟ୍ରାଫିକ ଓ ବାଣ ଯୋଗୁ ପ୍ରଦୂଷଣ ବଢ଼ିବା ଆଶଙ୍କା କରାଯାଉ ଥିବାବେଳେ ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଏୟାର କ୍ୱାଲିଟି ଖରାପ ରହିଛି ।