ମଞ୍ଚ ଉପରେ ଦାବି, ମଞ୍ଚ ଉପରେ ହିଁ ପୂରଣ କଲେ ମୁଖ୍ୟମନ୍ତ୍ରୀ । ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ମଞ୍ଚରେ ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ବିଶ୍ବବିଦ୍ୟାଳୟରେ ଏକ ଅଡିଟୋରିୟମ ପାଇଁ ଦାବି କରିଥିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ବିଧାୟକଙ୍କ ମୁହଁରୁ ଦାବି ଶୁଣୁ ଶୁଣୁ ପୂରଣ କରିଥିଲେ ମୁଖ୍ୟମନ୍ତ୍ରୀ । ଶିକ୍ଷା, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆଗକୁ ନେବ ଅଡିଟୋରିୟମ୍ । ସବୁବେଳେ ଶିକ୍ଷାକୁ ଗୁରୁତ୍ବ ଦେଉଥିବା ମୁଖ୍ୟମନ୍ତ୍ରୀ ମଞ୍ଚରୁ ହିଁ ବିକ୍ରମଦେବ କଲେଜ ପାଇଁ ଆଧୁନିକ ଅଡିଟୋରିୟମ ଘୋଷଣା କରିଥିଲେ । ୧ ହଜାର ସିଟ୍ ବିଶିଷ୍ଠ ଅଡିଟୋରିୟମ ପାଇଁ ୮ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ଅନୁମୋଦନ ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା