ନାଜାଲ ଭ୍ୟାକ୍ସିନ ‘ଇନକୋଭାକ୍’ କୁ ଦେଶରେ ବୁଷ୍ଟର ଡୋଜ୍ ପାଇଁ ମଞ୍ଜୁରୀ ଦେଇଛନ୍ତି ସରକାର । ବୁଷ୍ଟର ଡୋଜ୍ ପାଇଁ ଭାରତୀୟ ବାୟୋଟେକ ଦ୍ବାରା ପ୍ରସ୍ତୁତ ଏହି ଭ୍ୟାକ୍ସିକୁ ମାତ୍ର ୨ ବୁନ୍ଦା ନାକରେ ପକାଯିବ । ଆଇଏମଏ ସେକ୍ରେଟାରୀ ଅନିଲ ଗୋୟଲଙ୍କ ସୂଚନା ଅନୁସାରେ, ଏହି ନାଜାଲ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ଭଳି ପ୍ରଭାବୀ । ଏବେ ଏହାର ମାର୍କେଟ ଦର ଘୋଷଣା କରାଯାଇଛି । ଇନକୋଭାକ୍ ନାଜାଲ ଭ୍ୟାକ୍ସିନର ମୂଲ୍ୟ ୮୦୦ । ଏହା ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେବ । ଏହି ମୂଲ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ୧୦୦୦ଟଙ୍କାକୁ ବଢାଇବାକୁ କମ୍ପାନୀ ଚାହୁଁଥିବା ଜଣାପଡିଛି । କୋଓ୍ବିନ୍ ପ୍ଲାଟଫର୍ମରେ ମଧ୍ୟ ଏହି ନାଜାଲ ଭ୍ୟାକ୍ସିନ୍ ଉପଲବ୍ଧ ହେବ । ଏହାକୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଲୋକଙ୍କୁ ଦିଆଯାଇପାରିବ ।
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ