ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମାଷ୍ଟରକାର୍ଡର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ବାଙ୍ଗାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି । ସେ ୱାଶିଂଟନ ପକ୍ଷରୁ ବାଙ୍ଗାଙ୍କୁ ବିଶ୍ୱବ୍ୟାଙ୍କର ନେତୃତ୍ୱ ନେବାକୁ ମନୋନୀତ କରିଛନ୍ତି । ବିଶ୍ୱବ୍ୟାଙ୍କର ମୁଖ୍ୟ ଭାବେ କାମ କରୁଥିବା ଡାଡିଭ ମାଲପାସ୍ କାର୍ଯ୍ୟକାଳ ପୂରଣ ଆଗରୁ ପଦ ଛାଡ଼ିବାକୁ ଚାହୁଁଥିବା ମତ ରଖିଥିଲେ। ସେ ପଦ ଛାଡ଼ିବାକୁ ଯାଉଥିବାରୁ ଶ୍ରୀ ବାଙ୍ଗା ଏବେ ବିଶ୍ୱବ୍ୟାଙ୍କ ମୁଖ୍ୟ ଭାବେ କାମ କରିବେ। ସାଧାରଣତଃ ବିଶ୍ୱବ୍ୟାଙ୍କର ମୁଖ୍ୟ ଆମେରିକାନ ହୋଇଥାଆନ୍ତି । ସେହିପରି ଆଇଏମଏଫ ମୁଖ୍ୟ ପଦ ୟୁରୋପୀୟଙ୍କ ପାଖରେ ରହେ । ହେଲେ ଭାରତୀୟ ବଂଶୋଦ୍ଭବ ଆମେରିକା ନାଗରିକ ବାଙ୍ଗା ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ୬୩ ବର୍ଷୀୟ ବାଙ୍ଗା ବର୍ତ୍ତମାନ ଇକ୍ୟୁଟି ଫାର୍ମ ଜେନେରାଲ ଆଟଲାନଟିକର ଉପ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା