ଇରାକର ଉତ୍ତରାଞ୍ଚଳ ଏରବିଲରେ ଭୟାବହ ଅଗ୍ନିକାଣ୍ଡ । ଏକ ବିଶ୍ବବିଦ୍ୟାଳୟର ଡର୍ମିଟୋରୀରେ ବଡ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । ଡର୍ମିଟୋରୀରେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ରହୁଥିବା ସୂଚନା ମିଳିଛି । ସୋରାନ ସହରସ୍ଥିତ ଏହି ବିଶ୍ବବିଦ୍ୟାଳୟରେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଅଧ୍ୟାପକ ଓ ଛାତ୍ରଛାତ୍ରୀ ଥିବା ଜଣାଯାଇଛି । ଇରାକର ଏକ ନ୍ୟୁଜ ଏଜେନ୍ସି ଅନୁସାରେ ଶୁକ୍ରବାର ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିଥିବା ବିଶ୍ବବିଦ୍ୟାଳୟଟି ତୁର୍କିସ୍ତାନ ଅଞ୍ଚଳରେ ରହିଛି ।
More Stories
ବାଂଲାଦେଶକୁ ବତ୍ୟା ଆଶଙ୍କା, ଓଡିଶାରୁ ଟଳିଲା ବିପଦ
ମିଥ୍ୟା ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ନ୍ୟାୟ, ଏବେ ଜେଲ ଯିବେ ମହିଳା
ରତନ ଟାଟଙ୍କ ପରେ କିଏ ସମ୍ଭାଳିବ ସାମ୍ରାଯ୍ୟ, ଚାଲିଛି ଖୁବ୍ ଚର୍ଚ୍ଚା