ଅଗଷ୍ଟ ୩୧ରେ ଅନୁଷ୍ଠିତ ହେବ ବିରୋଧୀ ଦଳଙ୍କ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ । ସୂଚନା ଅନୁସାରେ ଶୁକ୍ରବାର ଏନେଇ ସ୍ପଷ୍ଟ କରାଯାଇଛି । ପ୍ରଥମେ ଏହି ବୈଠକ ଅଗଷ୍ଟ୨୫-୨୬ରେ ହେବାକୁ ଥିଲା । ତେବେ କିଛି ନେତାଙ୍କ ବ୍ୟସ୍ତ କାର୍ଯ୍ୟକ୍ରମ ପାଇଁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ମୁମ୍ବାଇର ପବଇ ଅଞ୍ଚଳରେ ଏହି ବୈଠକ ଅନୁଷ୍ଠିତ ହେବ । ସୂଚନା ମିଳିଛି ଯେ ଏହି ବୈଠକରେ ଇଣ୍ଡିଆର ସଂଯୋଜକଙ୍କ ନାଁ ନେଇ ଘୋଷଣା ହୋଇପାରେ । ସେହିଭଳି ଏକ ସମନ୍ୱୟ ସମିତିର ଗଠନ କରାଯିବ । ୨୦୨୪ରେ ଲୋକସଭା ନିର୍ବାଚନ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ । ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରିଖରେ ବିରୋଧୀ ମେଣ୍ଟଙ୍କ ବୈଠକ ଅନୁଷ୍ଠିତ ହେବ । ଶେଷ ଦିନରେ ଔପଚାରିକ ବୈଠକ ପରେ ମିଳିତ ପ୍ରେସମିଟ୍ କରାଯିବ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ