୧୦୦ ଦିନ ପୂର୍ବରୁ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଗତ ବିଶ୍ୱକପରେ ଫାଇନାଲକୁ ଯାଇଥିବା ଦୁଇ ଟିମ୍ ଚାମ୍ପିୟନ୍ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବହୁ ପ୍ରତିକ୍ଷୀତ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ପ୍ରାୟ ଦେଢ ମାସ ଧରି ଖେଳାଯିବାକୁ ଥିବା ଆଇସିସିର ସବୁଠୁ ବଡ଼ ଟୁର୍ଣ୍ଣାମେଂଟର ଫାଇନାଲ ନଭେମ୍ବର ୧୯ ତାରିଖରେ ଖେଳାଯିବ । ତେବେ ଭାରତ ତାର ପ୍ରଥମ ମ୍ୟାଚ ଅକ୍ଟୋବର ୮ ତାରିଖରେ ଚେନ୍ନାଇରେ ଅଷ୍ଟ୍ରେଲିଆ ସହ ଖେଳିବ । ପ୍ରଥମ ଥର ପାଇଁ କ୍ରିକେଟ ଇତିହାସରେ ଭାରତ ଆଇସିସି ଦିନିକିଆ ବିଶ୍ୱକପ ଆୟୋଜନ କରିବାକୁ ଯାଉଛି । ତେଣୁ ଏଥର ବିଶ୍ୱକପ ଜିତିବାକୁ ଭାରତ ପାଇଁ ଏକ ସୁଯୋଗ ରହିଛି । କୁହାଯାଉଛି ଏହା ଭାରତର କିଛି ଖେଳାଳୀଙ୍କ ଶେଷ ବିଶ୍ୱକପ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, ମହମ୍ମଦ ସାମିଙ୍କୁ ହୁଏତ ଶେଷ ଥର ବିଶ୍ୱକପରେ ଦେଖିବାକୁ ମିଳିବ । ଟୁର୍ଣ୍ଣାମେଂଟରେ ସେମିଫାଇନାଲ ଏବଂ ଫାଇନାଲକୁ ମିଶାଇ ମୋଟ ୪୮ ଟି ମ୍ୟାଚ ଖେଳାଯିବ । ୧୦ ଟି ଟିମକୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଂଟରେ ପ୍ରତ୍ୟେକ ଟିମ୍ ୯ ଟି ଲେଖାଏଁ ମ୍ୟାଚ ଖେଳିବେ ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ