ଅକ୍ଟୋବରରେ ଗ୍ରୀଷ୍ମ ଭଳି ତାତି । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଅକ୍ଟୋବର ମାସର ତାତି, ମାର୍ଚ୍ଚ, ଏପ୍ରିଲ ମାସର ତାତି ପରି ଅନୁଭବ ହେଉଛି । ଗତକାଲି ୩୫ ଡିଗ୍ରୀ ଉପରେ ରହିଥିଲା ୧୭ ସହରର ପାରଦ । ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଉପରେ ଓ ରାତିର ତାପାମାତ୍ରା ୨୦ ଡିଗ୍ରୀ ରହୁଛି । କୋରାପୁଟ ଭଳି ପାହାଡିଆ ଅଞ୍ଚଳରେ ମଧ୍ୟ ରାତିରେ ତାପମାତ୍ରା କମ୍ ରହୁଥିଲେ ବି ଦିନରେ ପ୍ରବଳ ଗରମ ହେଉଛି । ସେହିପରି ଗତକାଲି ରାଜଧାନୀ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୪ ଦଶମିକ ୪ ଡିଗ୍ରୀ ସେଲସିୟସ୍ ରହିଥିଲା । ଯାହାକି ସ୍ୱାଭାବିକ ଠାରୁ ୨ ଡିଗ୍ରୀ ଅଧିକ । ହେଲେ ଆର୍ଦ୍ରତା ଅଧିକ ରହୁଥିବାରୁ ରାଜଧାନୀରେ ତାତି ୪୦ ଡିଗ୍ରୀ ପରି ଅନୁଭବ ହେଉଛି । ତେବେ ଆହୁରି ୧୦ ଦିନ ଏପରି ସ୍ଥିତି ଲାଗି ରହିପାରେ ।
“The eyes believe themselves, the ears believe other people.”
More Stories
ମାଛଧରା ବୋଟରେ ହେଉଥିଲା କୋଟିଏ ଟଙ୍କାର ଗୁଆ ଚୋରା ଚାଲାଣ
ଶିଶୁଭବନର ନୂଆ କୋଠା ଲୋକାର୍ପିତ, ବେଡ୍ ସଂଖ୍ୟା 846କୁ ବୃଦ୍ଧି
ରାଜ୍ୟରେ ପୁଣି ଲଜ୍ଜା, ଗଣ ଦୁଷ୍କର୍ମ ସହ ହତ୍ୟା ଆରୋପ